ରାଷ୍ଟ୍ରୀୟ ଗୋକୁଳ ମିଶନ

ରାଷ୍ଟ୍ରୀୟ ଗୋକୁଳ ମିଶନ  (RGM)

      ଦେଶୀୟ ଗୋ ପ୍ରଜାତିର ବିକାଶ ଏବଂ ସଂରକ୍ଷଣ ପାଇଁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଗୋକୁଳ ମିଶନ ଆରମ୍ଭ କରାଯାଇଅଛି | କୃତ୍ରିମ ପ୍ରଜନନ ଦ୍ଵାରା ଦେଶୀୟ ପ୍ରଜାତିର ଆନୁବଂଶୀୟ ଗୁଣର ଅଭିବୃଦ୍ଧି ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏହାର ପ୍ରମୁଖ ଲକ୍ଷ୍ୟ |

କୃଷି କଲ୍ୟାଣ ଅଭିଯାନ  (KKA)

     ନୀତି ଆୟୋଗ ଦ୍ଵାରା ଚିହ୍ନଟ ହୋଇଥିବା ୧୦ ଗୋଟି ଆକାଂକ୍ଷା ଜିଲ୍ଲା ଯଥା ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି, ଗଜପତି, ରାୟଗଡା, ନୂଆପଡା, ମାଲକାନଗିରି, ଏବଂ ନବରଙ୍ଗପୁର ଦେଶୀୟ ଗୋ ପ୍ରଜାତିର ଆନୁବଂଶୀୟ ଗୁଣ ବୃଦ୍ଧି ପାଇଁ ଉଚ୍ଚ ଗୁଣବତା ସମ୍ପର୍ଣ୍ଣ ଶୁକ୍ର ଦ୍ଵାରା କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ “ କୃଷି କଲ୍ୟାଣ ଅଭିଯାନ ” ଚାଲୁଅଛି |

କୃଷି କଲ୍ୟାଣ ଅଭିଯାନ ପି ଡି ଏପ୍

ରାଷ୍ଟ୍ରୀୟ ଗୋ ମହିଷାଦି ଉତ୍ପାଦକ ମିଶନ (NMBP)

      ରାଷ୍ଟ୍ରୀୟ ଗୋ ମହିଷାଦି ଉତ୍ପାଦକ ମିଶନ, ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ଏକ ଉପ-ଯୋଜନା ଅଟେ । ୨୦୨୨ ମସିହା ସୁଦ୍ଧା ପ୍ରାଣୀମାନଙ୍କର ଉତ୍ପାଦକତାକୁ ବଢାଇ ରାଜ୍ୟର ଚାଷୀମାନଙ୍କର ରୋଜଗାର କ୍ଷମତାକୁ ଦ୍ଵିଗୁଣିତ କରିବା ଏହି ଯୋଜନାର ଲକ୍ଷ ।
ଏହି ଯୋଜନାର ୪ ଟି ବିଭାଗ ଅଛି ।

  1. ପଶୁ ସଞ୍ଜିବନୀ
  2. ଅତ୍ୟାଧୁନିକ ପ୍ରଜନନ କୌଶଳ.
  3. ଇ- ପଶୁଧନ ହାଟ
  4. ଦେଶୀୟ ପ୍ରଜାତିଙ୍କ ପାଇଁ ରାଷ୍ଟ୍ରୀୟ ଗୋ ମହିଷାଦି ଅନୁବଂଶୀୟ କେନ୍ଦ୍ର |

ପଶୁ ସଞ୍ଜିବନୀ

      ଏହି ଯୋଜନା ଅଧୀନରେ ରାଜ୍ୟରେ ସମସ୍ତ ଦୁଗ୍ଧ ଦେଉଥିବା ଗୋ- ମହିଷାଦି ମାନଙ୍କୁ ୧୨ ଅଙ୍କ ବିଶିଷ୍ଟ କାନ ନୋଳି ଦ୍ଵାରା ଚିହ୍ନଟ କରାଯାଇ ସମସ୍ତ ତଥ୍ୟ ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ ସମ୍ବନ୍ଧୀୟ ସୂଚନା ବ୍ୟବସ୍ଥା (INAPH) ରେ ପଞ୍ଜୀକୃତ କରାଯାଉଛି ।

ଇ ପଶୁଧନ ହାଟ

  • ଏହା ଏକ ଅନଲାଇନ ବ୍ୟବସାୟିକ ପୋର୍ଟାଲ ।
  • ଏହି ପୋର୍ଟାଲ ମାଧ୍ୟମରେ ଗୋ-ପ୍ରଜନନକାରୀ ଓ ଗୋପାଳକ ମାନଙ୍କ ମଧ୍ୟରେ ସିଧାସଳଖ ବା ଅନଲାଇନ ଦ୍ଵାରା ବ୍ୟବସାୟ କରାଯିବ ।
  • ଇଚ୍ଛୁକ ଗୋପାଳକ ଭାଇ ଓ ଭଉଣୀମାନେ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଗାଈ, ବାଛୁରୀ, ଛଡା, ଷଣ୍ଢ, ଭୃଣ ଓ ହିମୀକୃତ ଗୋ-ଶୁକ୍ରାଣୁ କ୍ରୟ କରିପାରିବେ ।
  • ଗୋପାଳକମାନେ କିଣିବା ପୂର୍ବରୁ କିଣିବାକୁ ଚାହୁଁଥିବା ଗାଈ, ବାଛୁରୀ, ଛଡା, ଭୃଣ ଓ ହିମୀକୃତ ଗୋ-ଶୁକ୍ରାଣୁ ବିଷୟରେ ସମ୍ପୂର୍ଣ ବିବରଣୀ ପାଇପାରିବେ ।
  • କାନନୋଳି ସହିତ ନିରୋଗ ପ୍ରମାଣପତ୍ର ଥିବା ବିକ୍ରୟ ଯୋଗ୍ୟ ଗାଈ ଓ ଷଣ୍ଢମାନଙ୍କର ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ।

      ଏହି ପୋର୍ଟାଲରେ ଆମ ରାଜ୍ୟର ଖପୁରିଆ, କଟକ ସ୍ଥିତ ଏକ ମାତ୍ର ‘ଏ ’ ଗ୍ରେଡ ମାନ୍ୟତା ପ୍ରାପ୍ତ ହିମୀକୃତ ଶୁକ୍ର ଭଣ୍ଡାରରେ ଥିବା ଷଣ୍ଢମାନଙ୍କର ଆନୁବଂଶିକ ବିବରଣୀ ସହ ହିମୀକୃତ ଶୁକ୍ରାଣୁ ଉତ୍ପାଦନ ଓ ବିକ୍ରି ଇତ୍ୟାଦିର ସମସ୍ତ ତଥ୍ୟ ଉପଲବ୍ଧ ରହିଛି ।