ଦକ୍ଷତା ଅଭିଲେଖନ ଓ ବିଶ୍ଳେଷଣ କାର୍ଯ୍ୟକ୍ରମ

ଦକ୍ଷତା ଅଭିଲେଖନ ଓ ବିଶ୍ଲେଷଣ କାର୍ଯ୍ୟକ୍ରମ(RPA)

     ଅନୁବଂଶୀୟ ଗୁଣର ବୃଦ୍ଧି ଦ୍ଵାରା ଦୁଗ୍ଧ ଉତ୍ପାଦନ ବଢେଇବା ପାଇଁ ଗାଈଟିକୁ ତାର କ୍ଷମତା ଠାରୁ ଅଧିକ ଦୁଗ୍ଧ ଦେବା କ୍ଷମତା ଥିବା ଷଣ୍ଢର ଶୁକ୍ର ଦ୍ଵାରା ପ୍ରଜନନ କରାଇବା ନିହାତି ଆବଶ୍ୟକ । ଏହା ପାଇଁ ଗାଈଟିର ଦୁଗ୍ଧ ଉତ୍ପାଦନ କ୍ଷମତା ଆକଳନ କରିବା ନିହାତି ଦରକାର । ଏ ସବୁକୁ ଦୃଷ୍ଟିରେ ରଖି ଚାଷୀମାନଙ୍କର ସହଭାଗିତାରେ ଏକ ଗବେଷଣା ମୂଳକ କାର୍ଯ୍ୟକ୍ରମ “ଦକ୍ଷତା ଅଭିଲେଖନ ଓ ବିଶ୍ଲେଷଣ କାର୍ଯ୍ୟକ୍ରମ"  (Recording & Performance Analysis) ରାଜ୍ୟର ୫ଟି ବ୍ଲକ ଯଥା ବାସୁଦେବପୁର (ଜିଲ୍ଲା-ଭଦ୍ରକ), ଗୋପ (ଜିଲ୍ଲା-ପୁରୀ), କେସିଙ୍ଗା (ଜିଲ୍ଲା -କଳାହାଣ୍ଡି), ଅତାବିରା (ବରଗଡ–ଜିଲ୍ଲା) ଏବଂ ହାତଡ଼ିହି (କେନ୍ଦୁଝର–ଜିଲ୍ଲା)ଠାରେ ଚାଲୁଅଛି | ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମ ଦେଶୀୟ ପ୍ରଜାତି ଘୁମୁସରୀ ଏବଂ ବିଞ୍ଝାରପୁରୀ ପାଇଁ ଦୁଇଟି ଜିଲ୍ଲା ଯଥା ଯାଜପୁର ଏବଂ ଗଞ୍ଜାମ ଠାରେ ଚାଲୁଅଛି ।