ଆମ ବିଷୟରେ

ଆମ ସମ୍ପର୍କରେ ପଦେ

       ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଏକ ସରକାରୀ ସମିତି ଅଟେ । ଏହା ସମିତି ସୋସାଇଟି ରେଜିଷ୍ଟ୍ରେସନ ନିୟମ ୧୮୬୦ ଅନୁସାରେ ରେଜିଷ୍ଟ୍ରି ଭୁକ୍ତ । ସମିତିର ରେଜିଷ୍ଟ୍ରେସନ ନମ୍ବର ୨୧୦୭୪/୨୧୩ ତା ୨୫.୧୦.୨୦୦୦ । କମିଶନର ତଥା ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ଓଡିଶା ଏହି ସମିତିର ସଭାପତି ଅଟନ୍ତି । ନିର୍ଦେଶକ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ଓଡିଶା ଏହାର ଉପ-ସଭାପତି । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ସମିତିର ସଦସ୍ୟ ସମ୍ପାଦକ ଅଟନ୍ତି ।

      ନବମ ବାର୍ଷିକ ଯୋଜନା ଅଧୀନରେ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ଜାତୀୟ ଗୋ-ମହିଷାଦୀ ପ୍ରଜନନ ପ୍ରକଳ୍ପ (NPCBB) ର ସୁପରିଚାଳନା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ରାଜ୍ୟ କାର୍ଯ୍ୟକାରିଣୀ ସଂସ୍ଥା (SIA) ରୂପେ ଗଠିତ କରାଯାଇଅଛି ।

      ବର୍ତ୍ତମାନ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଗୋ-ପ୍ରଜନନ, ଆନୁବଂଶୀୟ ଗୋ-ମହିଷାଦୀ ପ୍ରଜାତିର ସଂରକ୍ଷଣ ନିମିତ୍ତ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା ରାଷ୍ଟ୍ରୀୟ ଗୋକୁଳ ମିଶନ, ପ୍ରାଣୀବିମା ଯୋଜନା, ରାଷ୍ଟ୍ରୀୟ ଦୁଗ୍ଧ ଯୋଜନା-୧, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ ରାଜ୍ୟ ଯୋଜନା ଗୁଡିକ କାର୍ଯ୍ୟକାରୀ କରୁଅଛି ।

      ଏହି ସମିତି ପ୍ରଜନନକ୍ଷମ ଗୋ ମହିଷାଦି ମାନଙ୍କୁ ସୁପରିଚାଳିତ ପ୍ରଜନନ ଯୋଜନା ଅଧୀନରେ ଆଣିବା, ଚାଷୀଙ୍କର ଘର ପାଖରେ କୃତ୍ରିମ ପ୍ରଜନନ ସେବା ଯୋଗାଇ ଦେବା ଏବଂ ତତସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗୁରୁତ୍ଵ ଦେଇଥାଏ ।