କାର୍ଯ୍ୟ

ପ୍ରମୁଖ କାର୍ଯ୍ୟ।ବଳୀ (Functions)

  1. କୃତ୍ରିମ ପ୍ରଜନନ ସେବା ସୁବିଧା ନ ଥିବା ପଶୁଚିକିତ୍ସାଳୟ / ପଶୁଧନ ସହାୟତା କେନ୍ଦ୍ରକୁ କୃତ୍ରିମ ପ୍ରଜନନ ସେବା ବ୍ୟବସ୍ଥା ଯୋଗାଇ ଦେବା ।
  2. ଘର ପାଖରେ କୃତ୍ରିମ ପ୍ରଜନନ ସେବା ଯୋଗାଇ ଦେବା ।
  3. ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ଵରୋଜଗାରକ୍ଷମ କରାଇବା ।
  4. କୃତ୍ରିମ ପ୍ରଜନନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯଥା ତରଳ ଯବକ୍ଷାରଜାନ , ହୀମିକୃତ ଶୁକ୍ର ଓ ଅନ୍ୟାନ୍ୟ ଉପକରଣ ହୀମିକୃତ ଶୁକ୍ର ଭଣ୍ଡାର କଟକ ମାଧ୍ୟମରେ କ୍ଷତ୍ରୀୟ ଅନୁଷ୍ଠାନଗୁଡିକୁ ନିରବଚ୍ଛିନ୍ନ ଭାବରେ ଯୋଗାଇ ଦେବା।
  5. ହୀମିକୃତ ଶୁକ୍ର ଭଣ୍ଡାର କଟକ ଠାରେ ଥିବା ଷଣ୍ଢ ପାଳନ କେନ୍ଦ୍ରକୁ ସୁଦୃଢୀକରଣ କରିବା ।
  6. ହୀମିକୃତ ଶୁକ୍ର ଭଣ୍ଡାର କଟକ ଠାରେ ଥିବା ଷଣ୍ଢ ପାଳନ କେନ୍ଦ୍ରର ଜୈବ ନିରାପତ୍ତା ପ୍ରଣାଳୀକୁ ସୁଦୃଢ କରିବା ପାଇଁ ଉପଯୁକ୍ତ ସାହାଯ୍ୟ ଓ ପରାମର୍ଶ ପ୍ରଦାନ କରିବା ।
  7. ଗୋ ମହିଷାଦୀଙ୍କର କ୍ଷେତ୍ର ଭିତ୍ତିକ କ୍ଷମତା ଆକଳନ କାର୍ଯକ୍ରମକୁ (FPRS) କ୍ଷେତ୍ର ଭିତ୍ତିକ ଅଧିକାରୀଙ୍କ ମାଧ୍ୟମରେ ସୂଚାରୁରୂପେ ସମ୍ପାଦନ କରାଇବା ।
  8. ଜିଲ୍ଲା ଓ ବ୍ଲକ ସ୍ତରରେ ଗୋ ବନ୍ଧ୍ୟା ନିରାକରଣ ଶିବିର ଆୟୋଜନ କରିବା ।
  9. ପ୍ରାଣୀ ଚିକିତ୍ସକ ଓ ପ୍ରାଣିଧନ ନିରିକ୍ଷକଙ୍କର ଗୋ ପ୍ରଜନନ ସମ୍ବନ୍ଧୀୟ ଜ୍ଞାନର ଉନ୍ନତି ପାଇଁ ବିଭିନ୍ନ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ସଙ୍ଗେସଙ୍ଗେ ସେମାନଙ୍କୁ ବିଭିନ୍ନ ଅନୁଷ୍ଠାନକୁ ପ୍ରେରଣ ଓ କ୍ଷେତ୍ର ପରିଦର୍ଶନର ସୁଯୋଗ ଦେବା ।
  10. ଉନ୍ନତ ଗାଈମାନଙ୍କୁ ଜାତିଆ ଷଣ୍ଢମାନଙ୍କ ଦ୍ଵାରା ପ୍ରଜନନ କରାଇ ଶଙ୍କର ଷଣ୍ଢ ଉତ୍ପାଦନ କରିବା।
  11. ହୀମିକୃତ ଶୁକ୍ର ଭଣ୍ଡାରର ଷଣ୍ଢ ମାନଙ୍କର ପ୍ରଜନନ କ୍ଷମତା ଆକଳନ ପାଇଁ ସନ୍ତାନ ସନ୍ତତି କ୍ଷମତା ପରୀକ୍ଷଣ (Progeny Testing Program) କରିବା।
  12. ରାଜ୍ୟର ସରକାରୀ ଗୋ ପାଳନ ଫାର୍ମ (ଷଣ୍ଢ ଉତ୍ପାଦନ ନିମିତ୍ତ), ଷଣ୍ଢ ମା’ ଫାର୍ମ (Bull Mother Farm)ର ଦୃଢୀକରଣ କରିବା ।
  13. ଜାତୀୟ ପ୍ରଜନନ ଦ୍ଵାରା ଦେଶୀୟ ଗୋ ପ୍ରଜାତିର ସଂରକ୍ଷଣ ଏବଂ ଉନ୍ନତିକରଣ କରିବା।
  14. ଜାତୀୟ ପ୍ରାଣିଧନ ମିଶନ ଅଧୀନରେ ପ୍ରାଣୀବୀମା ଯୋଜନାକୁ କାର୍ଯ୍ୟକାରୀ କରାଇବା ।
  15. ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (NDDB), ଓମଫେଡ (OMFED) ଏବଂ ଅନ୍ୟାନ୍ୟ ବେସରକାରୀ ଅନୁଷ୍ଠାନ ମାନଙ୍କ ସହଭାଗିତାରେ ରାଜ୍ୟର ଗୋ ମହିଷାଦୀ ମାନଙ୍କର ଉନ୍ନତିକରଣ, ମାଈ ବାଛୁରୀ ପାଳନ ଇତ୍ୟାଦି ପଦକ୍ଷପ ଗ୍ରହଣ କରିବା ।