ରାଷ୍ଟ୍ରୀୟ ପ୍ରାଣୀଧନ ବୀମା ଯୋଜନା

ପ୍ରାଣୀଧନ ବୀମା ଯୋଜନା

(ଏହା ଭାରତ ସରକାରଙ୍କ ଜାତୀୟ ପ୍ରାଣୀଧନ ମିଶନ ଦ୍ଵାରା ପ୍ରୟୋଜିତ ପ୍ରାଣୀ ବୀମା ଯୋଜନା)

ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ଓଡିଶା ପ୍ରାଣୀସମ୍ପଦ ବିକାଶ ସମିତି (OLRDS) ଦ୍ଵାରା ଓଡିଶା ରାଜ୍ୟରେ ପ୍ରାଣୀ ବୀମା ଯୋଜନା ପରିଚାଳିତ କରାଯାଉଅଛି । ଏହି ଯୋଜନାରେ ଓଡିଶାର ସମସ୍ତ ୩୦ଗୋଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରାଣୀପାଳନ ରାଜ୍ୟର କୃଷକମାନଙ୍କର ଆର୍ଥିକ ପ୍ରଗତିର ଏକ ମହତ୍ଵପୂର୍ଣ୍ଣ ଜୀବିକା ହେବା ସହିତ ଏହା ଗ୍ରାମୀଣ ଅର୍ଥ ବ୍ୟବସ୍ଥାର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ । ପ୍ରାଣୀପାଳନ ଓ ରାଜ୍ୟର ବିକାଶ ଘନିଷ୍ଠ ଭାବେ ଜଡିତ । ରାଜ୍ୟର ପ୍ରାଣୀମାନଙ୍କର ପ୍ରଜାତିରେ ଉନ୍ନତି ଆଣିବା, ରକ୍ଷଣାବେକ୍ଷଣ, ରୋଗ ନିୟନ୍ତ୍ରଣ, ଖାଦ୍ୟପେୟ ବ୍ୟବସ୍ଥା କରିବା ଆବଶ୍ୟକ । ଏହି ଯୋଜନା ଅବଧି କାଳରେ ଗୃହପାଳିତ ପ୍ରାଣୀସମ୍ପଦଙ୍କର ମୃତ୍ୟୁ ହେଲେ, ସମ୍ପୃକ୍ତ ଚାଷୀମାନଙ୍କୁ ବୀମା ରାଶି ପ୍ରାପ୍ତ ହୋଇପାରିବ ଯଦ୍ୱାରା ଚାଷୀମାନେ ପୁନଶ୍ଚ ପ୍ରାଣୀ ଇତ୍ୟାଦି କ୍ରୟ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ । ଏହି ଯୋଜନାରେ ପ୍ରାଣୀସମ୍ପଦକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀମାନଙ୍କୁ ବୀମା ପ୍ରିମିୟମ ବାବଦକୁ ଖୁବ କମ ଅର୍ଥ ଦେବାକୁ ପଡିଥାଏ ଏବଂ ବଳକା ଅର୍ଥ ସରକାରଙ୍କ ତରଫରୁ ରିହାତି ପ୍ରିମିୟମ ରାଶି ବବାଦକୁ ଭରଣା କରାଯାଏ ।